 |
 |
|
 |
 |
 |
|
 |
 |
|
ଥେକାଡ଼ି |
|
 |
ଅକ୍ଷାଂଶ: ସମୁଦ୍ରପତ୍ତନ ଠାରୁ 900-1800 ମିଟର ଉର୍ଦ୍ଧ୍ୱରେ
ବୃଷ୍ଟିପାତ: 2500 ମି.ମି
ଥେକାଡ଼ି ଶବ୍ଦର ଅର୍ଥ ଦଳ ଦଳ ହାତୀ, ଧାଡ଼ି ଧାଡ଼ି ପାହାଡ଼ ଓ ଅନେକ ମସଲା ବୃକ୍ଷର ବଗିଚା। ଥେକାଡ଼ିର ପେରିୟାର ଜଙ୍ଗଲ ହେଉଛି ଭାରତର ଶ୍ରେଷ୍ଠ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରୁ ଗୋଟିଏ। ଏହା ସମୟ ଜିଲ୍ଲାରେ ବ୍ୟାପି ରହିଛି। ଏଠାରେ ରହିଥିବା ମନୋରମ ଉଦ୍ୟାନ ଓ ପାର୍ବତ୍ୟ ସହରଗୁଡ଼ିକ ପାହାଡ଼ ଚଢ଼ିବା ପାଇଁ ଆକର୍ଷିତ କରିଥାଏ।
ରାସ୍ତା
କୁମିଲି (4 କିଲୋମିଟର ଦୂର) ଠାରୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ କମ୍ ସମୟ ବ୍ୟବଧାନରେ ବସ୍ ଯିବା ଆସିବା କରେ।
ଥେକାଡ଼ି ଠାରୁ କେତେକ ମୁଖ୍ୟ ସହରର ଦୂରତା
- କୁମିଲି: 4 କି.ମି (15ମିନିଟ୍) ସାବରିମାଳା ମଧ୍ୟଦେଇ
- ପୁଲୁମେଡ଼ୁ :50 କି.ମି (2ଘଣ୍ଟା)
- ଇଡୁକି (65 କି.ମି)(2 1/2 ଘଣ୍ଟା)
- ମୁନାର : 106 କି.ମି (4 ଘଣ୍ଟା)
- କୁମାରକୋମ : 128 କି.ମି) (4 ଘଣ୍ଟା) ସାବରିମାଳା ମଧ୍ୟଦେଇ
- ଏରୁମେଲି: 134 କି.ମି ( 4 ଘଣ୍ଟା)
- କୋଡ଼ାଇକାନାଲ: 149 କି.ମି (5 ଘଣ୍ଟା)
- ଆଲ୍ପୁଜା: 164 କି.ମି (5 ଘଣ୍ଟା)
- କୋଲାମ: 220 କି.ମି (6 ଘଣ୍ଟା)
- ଉଟି: 390 କି.ମି (11 ଘଣ୍ଟା)
କୁମିଲି ଠାରୁ ବସ୍ ଯାତ୍ରା ସମୟ:
- ଥେକାଡ଼ି 09:30, 10:45, 11:30, 12:00, 12:30, 13:30, 15:30 ଘଣ୍ଟା
- କୁମାରକୋମ୍: 07:00 ଘଣ୍ଟା
- ମୁନାର: 06:00, 09:45, 13:30 ଘଣ୍ଟା
- ଏର୍ନାକୁଲମ୍: 07:00, 13:30, 15:15, 16:30,17:15, 19:30 ଘଣ୍ଟା
- ତିରୁବନନ୍ତପୁରମ୍ (କୁମିଲିଠାରୁ): 08:40, 15:30, 16:15 ଘଣ୍ଟା; ଥେକାଡ଼ି ଠାରୁ ): 08:20, 15:15 ଘଣ୍ଟା
- କୋଟାୟାମ: ବାରମ୍ବାର ବସ୍ ରହିଛି
- ଆଲ୍ପୁଜା:11:15 ଘଣ୍ଟା
- ଚେରଥାଲା 14:15 ଘଣ୍ଟା
- ଇଡୁକି : ବାରମ୍ବାର ବସ୍ ରହିଛି
- ଚେନ୍ନାଇ: 16:30, 19:00 ଘଣ୍ଟା
- ପଣ୍ଡିଚେରୀ: 16:30 ଘଣ୍ଟା
- ମଦୁରାଇ: 01:15, 05:15, 05:25, 06:45, 07:16, 07:20, 07:30, 07:55, 08:35, 09:40, 10:30, 10:45, 11:20, 11:55, 13:00, 13:15, 13:20, 14:20, 15:15, 15:40, 15:50, 16:50, 17:05, 18:00, 18:40, 19:05, 20:45 ଘଣ୍ଟା
-
- ଡ଼ିଣ୍ଡିଗାଲ୍: ବାରମ୍ବାର ବସ୍ ରହିଛି
- କୋଡ଼ାଇକାନାଲ: କୁମିଲି ଠାରୁ କୋଡ଼ାଇକାନାଲ ପର୍ଯ୍ୟନ୍ତ ସିଧାସଳକ କୌଣସି ବସ୍ ନାହିଁ। ଏହି ଡ଼ିଣ୍ଡିଗାଲ୍ ବସ୍ ଆପଣଙ୍କୁ ବଥଲକୁଣ୍ଡୁକୁ ନେଇଥାଏ। ସେଠାରୁ ଆପଣ କୋଡ଼ାଇକାନାଲ୍କୁ ଖୁବ୍ କମ୍ ସମୟ ବ୍ୟବଧାନରେ ବସ୍ ପାଇପାରିବେ।(149 କି.ମି)
- ତ୍ରିଚି: 08:55, 10:45, 19:25 ଘଣ୍ଟା ପାଲାନି: 09:30, 11:35, 18:30, 18:50 ଘଣ୍ଟା.
ବୃକ୍ଷଲତା
ପ୍ରାୟ1965 ଫୁଲଫୁଟୁଥବା ଗଛ ସହିତ 171 ଘାସ ପ୍ରଜାତି 143ପ୍ରଜାତିର ଅର୍ଚିଡ଼୍ ବା ସୁବାସିତ ପୁଷ୍ପ କେବଳ ଦକ୍ଷିଣ ଭାରତର କୋନିଫ୍ର ପୋଡ଼କାର୍ପସ୍ ୱାଲିଚିରାନସ୍ ଏହାର ଅନ୍ତର୍ଭୁକ୍ତ।
ବନ୍ୟପ୍ରାଣୀ
ସ୍ତନ୍ୟପାୟୀ ପ୍ରାଣୀ:ବଣୁଆ ହାତୀ, ଗୌର୍, ସମ୍ବର, ହରିଣୀ, ଜଙ୍ଗଲୀ ବୋର୍ ଇତ୍ୟାଦି ଆପଣମାନେ ନୌକାରେ ଯାତ୍ରା କରିବା ସମୟରେ ଦେଖିପାରିବେ। ଆଉଟିକେ ଉପରକୁ ଗଲେ ବିପନ୍ନ ପ୍ରଜାତିରସିଂହ ଲାଞ୍ଜିଆ ମାକାକ୍ୟୁ ଏବଂ ନୀଳଗିରି ତହର ଦେଖିପାରିବେ। ଏଗୁଡ଼ିକ ସବୁଜ ଅଞ୍ଚଳ ମଧ୍ୟରେ ରହିଥାନ୍ତି। ସବୁଜିମା ମଧ୍ୟରୁ ଆପଣ ଦେଖିପାରିବେ ମନେଟ୍ ମାକାକ୍ୟୁ, ମାଲ୍ବାର ଜିଆଣ୍ଟ ସ୍କୁଇରେଲ୍, ଫ୍ଲାଇଙ୍ଗ ସ୍କୁଇରେଲ୍, ବାଘ, ବଣଭୂଆ, ସ୍ଲଥ୍ ବିଅର ଇତ୍ୟାଦି।
ପକ୍ଷୀ: ବିଦେଶାଗତ ପକ୍ଷୀମାନଙ୍କ ସହିତ 265ଟି ଜାତିର ଏହି ହର୍ଣ୍ଣବିଲ୍, ଷ୍ଟୋର୍କ, କାଠହଣା, ମାଛରଙ୍କା, ରାପଟର୍, କର୍ମୋରାଣ୍ଟ, ଗ୍ରାକେଲ୍, ଡ଼ାର୍ଟର୍ ଇତ୍ୟାଦି ଇତ୍ୟାଦି।
ସରୀସୃପ ମଧ୍ୟରେ ରହିଛନ୍ତି: ନାଗସାପ, ରଣାସାପ, କ୍ରେଟ୍, ବିଭିନ୍ନ ପ୍ରକାରର ବିଷାକ୍ତ ହୋଇନଥିବା ସାପ ଏବଂ ମନିଟର ଲିଜାର୍ଡ
ଉଭୟଚର: ବେଙ୍ଗ ଏବଂ ଗୋଡ଼ ନଥିବା କାଶିଲିୟାନ୍ ଗୁଡିକ ମଧ୍ୟରେ ରହିଛନ୍ତି ରଙ୍ଗୀନ୍ ମାଲ୍ବାର ଡିଆଁବେଙ୍ଗ, ସାଧାରଣ ଭାରତୀୟ ବେଙ୍ଗ, ଫଙ୍ଗୋଏଡ୍ ବେଙ୍ଗ ଏବଂ ଦୁଇରଙ୍ଗୀ ବେଙ୍ଗ।
ମାଛ, ପେରିୟାର ହ୍ରଦରେ ଏବଂ ଝରଣା ଗୁଡିକରେ ବିଭିନ୍ନ ପ୍ରକାର ମାଛଙ୍କ ସହିତ ଭାରତର ପ୍ରସିଦ୍ଧ ଏବଂ ବିପନ୍ନ ଗେମ୍ ଫିସ୍ ମାସିର ରହିଛି। ହ୍ରଦର ଏକମାତ୍ର ସ୍ତନ୍ୟପାୟୀ ପ୍ରାଣୀ ଓଧ ଆପଣ ନୌକାରେ ଯାତ୍ରାକଲା ବେଳେ ବିଭିନ୍ନ ସ୍ଥାନରେ ଦେଖିପାରିବେ।
ଉଦ୍ୟାନ: ଚା, ଅଳେଇଚ, ଗୋଲମରିଚ ଏବଂ କଫି ଉଦ୍ୟାନମାନ ପେରିୟାର ବନ୍ୟାପ୍ରାଣୀ ଅଭୟାରଣ୍ୟ ଚାରିପଟେ ଘେରି ରହିଛି।
ଏହି ଅଭୟାରଣ୍ୟର ୱାଚ୍ ଟାୱାରଗୁଡିକ: ପେରିୟାର ଜଙ୍ଗଲର ସଂରକ୍ଷିତ ଅଞ୍ଚଳରେ ଦୁଇଟି ୱାଚ୍ ଟାୱାର୍ ରହିଛି। ଜଙ୍ଗଲର ସୂଚନାକେନ୍ଦ୍ର ଥେକାଡ଼ି, ଫୋନ୍ ନଂ-322028. ଠାରୁ ଆଗୁଆ ଅନୁମତି ନେଇ ଆରକ୍ଷଣ କରିପାରିବେ।
ଅନୁମତି ପ୍ରଦାନକାରୀ କର୍ତ୍ତୃପକ୍ଷ: ବନ୍ୟାପ୍ରାଣୀ ସଂରକ୍ଷଣ ଅଧକାରୀ, ପେରିୟାର ବ୍ୟାଘ୍ର ଅଭୟାରଣ୍ୟ, ଥେକାଡ଼ି
|
|
|
|
|
|
|
|
|
|
|
|
|
|
|
|
|